Kniha Baliraja Kanhu Charan Mohanty

Baliraja

Jazyk: Urijština
Vazba: Brožovaná
Vydavatel: BLACK EAGLE BOOKS
Dostupnost: Skladem u dodavatele
Odesíláme za 14-21 dnů
411
କାହ୍ନୁଚରଣ ମହାନ୍ତି (୧୯୦୬-୯୪): ଆଧୁନିକ ଓଡ଼ିଆ ଉପନ୍ୟାସ ସାହିତ୍ୟରେ କଥା ସମ୍ରାଟ ଫକୀରମୋହନଙ୍କ ସୁଯୋଗ୍ୟ ଦାୟାଦ ଭାବର...

Informace o knize

Jazyk
Urijština
Vazba
Kniha - Brožovaná
Vydáno
2023
Stránek
268
EAN
9781645604709
ISBN
1645604705
Enbook ID
44415534
Vydavatel
Hmotnost
382
Rozměry
140 x 216 x 16

Kompletní popis

କାହ୍ନୁଚରଣ ମହାନ୍ତି (୧୯୦୬-୯୪): ଆଧୁନିକ ଓଡ଼ିଆ ଉପନ୍ୟାସ ସାହିତ୍ୟରେ କଥା ସମ୍ରାଟ ଫକୀରମୋହନଙ୍କ ସୁଯୋଗ୍ୟ ଦାୟାଦ ଭାବରେ କାହ୍ନୁଚରଣ ମହାନ୍ତି ଜଣେ କାଳଜୟୀ ଯଶସ୍ୱୀ କଥାକାର । ଅର୍ଦ୍ଧଶତରୁ ଊର୍ଦ୍ଧ୍ୱ ଉପନ୍ୟାସର ରଚୟିତା ଭାବରେ ସେ ଓଡ଼ିଆ ପାଠକମାନଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚିତି ଲାଭ କରିଛନ୍ତି । ୧୯୦୬ ମସିହା ଅଗଷ୍ଟ ୧୧ ତାରିଖରେ ପିତା ସୂର୍ଯ୍ୟମଣି ମହାନ୍ତି ଏବଂ ମାତା ଦୁର୍ଗାଦେବୀଙ୍କ କୋଳମଣ୍ଡନ କରି ସେ କଟକ ଜିଲ୍ଲାର ନାଗବାଲି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଉପନ୍ୟାସଗୁଡ଼ିକ ପଲ୍ଲୀ ଏବଂ ନଗର ଜୀବନର ନିଚ୍ଛକ ପ୍ରତିଛବି ବହନ କରେ । କାହ୍ନୁଚରଣଙ୍କ ପ୍ରତ୍ୟେକ ଉପନ୍ୟାସ ବିବିଧ ଭାବଧର୍ମର ସର୍ଜନାତ୍ମକ ରୂପ ଆଧାରରେ ଖୁବ୍ ବ୍ୟତିକ୍ରମ । ତାଙ୍କ ଉପନ୍ୟାସଗୁଡ଼ିକରେ ରହିଛି- ବାଲିରାଜା, ପଳାତକ, ବଜ୍ରବାହୁ, ତଥାସ୍ତୁ, ହାଅନ୍ନ, ଶାସ୍ତି, ଅଦେଖା ହାତ, ତୁଣ୍ଡବାଇଦ, କା, ଅଭିନେତ୍ରୀ, ଭୁଲି ହୁଏନା, ପ୍ରତୀକ୍ଷା, ଝଞ୍ଜା, ମିଳନର ଛନ୍ଦ, ଇତିହ, ବଗବଗୁଲୀ, ଢେଉଢେଉକା, ତମସାତୀରେ, ଏପାରି ସେପାରି, ମନଜାଣେ ପାପ, କ୍ଷଣକ୍ଷଣକେ ଆନ, ଲଲାଟଲିଖନ, ପାବନୀ, ଯକ୍ଷ ଇତ୍ୟାଦି । 'ଶାସ୍ତି', 'କା' ଏବଂ 'ତୁଣ୍ଡବାଇଦ' ଇତ୍ୟାଦି ଉପନ୍ୟାସକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବା କାହ୍ନୁଚରଣଙ୍କ ସର୍ଜ୍ଜନାର ପ୍ରଭାବ ଏବଂ ସାମର୍ଥ୍ୟକୁ ପ୍ରତିଷ୍ଠା କରେ । ଜୀବନଧର୍ମୀ ଭାଷା ମାଧ୍ୟମରେ ବାସ୍ତବ ଜୀବନ ତଥା ସାମାଜିକ ଚଳଣିକୁ ନେଇ ରଚିତ ତାଙ୍କର ଉପନ୍ୟାସ ଓ ଗଳ୍ପଗୁଡ଼ିକରେ ଅଛନ୍ତି ଓଡ଼ିଶାର ଗାଁ ଗହଳିରେ ଆତଯାତ ହେଉଥିବା ଜୀବନ୍ତ ଚରିତ୍ରମାନେ । ସାମାଜିକ ମୂଲ୍ୟବୋଧ ଏବଂ ପରମ୍ପରାର ପ୍ରତିଷ୍ଠା ସହିତ ସାମାଜିକ ସଂସ୍କାରଧର୍ମୀ ଚେତନାର ଆହ୍ୱାନ ଓ ଅନ୍ଧବିଶ୍ୱାସ ବିରୋଧରେ କାହ୍ନୁଚରଣଙ୍କ ସ୍ୱର ଉତ୍ତୋଳନ ହିଁ ତାଙ୍କ ସୃଷ୍ଟିର ସୌରଭ । କାହ୍ନୁଚରଣଙ୍କ ପ୍ରଚଣ୍ଡ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସାହିତ୍ୟ ଏକାଡେମୀ ଫେଲୋ ସମ୍ମାନ ପ୍ରଦାନ କରାଯାଇଥିଲା । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ସେହି ମହାନ୍ ସାହିତ୍ୟିକଙ୍କ ତିରୋଧାନ ହୋଇଥିଲା ।

Zákaznicí kteří koupili tuto knihu koupili také

Abandoned Child

Jane Patrick Walls
676